ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ
by Argus News
Tue, Jul 23 | 10:10 a.m.

ଅର୍ଗସ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର କନ୍ଧମାଳ ହଳଦୀ। ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ  ଲୋକସଭାରେ ଉପସ୍ଥାପନା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ଏଥିରେ ଓଡ଼ିଶାର କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି।ରିପୋର୍ଟରେ ଓଡିଓପିର ୫ଟି ସଫଳ କାହାଣୀକୁ ଦର୍ଶାଯାଇଛି ଆଉ ସେଥି ମଧ୍ୟରେ ରହିଛି ଓଡ଼ିଶା ପ୍ରସିଦ୍ଧ କନ୍ଧମାଳ ହଳଦୀ। 

ଦେଖିବାକୁ ଗଲେ କନ୍ଧମାଳ ଜିଲ୍ଲାରେ ୫ ହଜାର ପ୍ରଶିକ୍ଷିତ କର୍ମୀ ୧୩ ଶହ ଚାଷୀଙ୍କ ଏକାଠି ହୋଇ ହଳଦୀକୁ ଘରୋଇ ଓ ଆନ୍ତର୍ଜାତିକ ବଜାରରେ ମାର୍କେଟିଂ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଫଳରେ ଏହା ଦ୍ବାରା ସରକାରଙ୍କ ମସଲା ସଂଗ୍ରହ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ମହିଳା ଓ ଶିଶୁଙ୍କ ପୋଷଣ ସୁରକ୍ଷାକୁ ନେଇ ରିପୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରେ ଦିଆଯାଇଛି ଓଡ଼ିଶାର ଉଦାହରଣ ।

ଓଡ଼ିଶାରେ କୁପୋଷଣ ବିରୋଧୀ ଲଢେଇରେ ପଞ୍ଚାୟତ ଓ ମହିଳା ମାନଙ୍କର ସହଭାଗୀତା ମଧ୍ୟ ସଫଳତା ହାସଲ କରିଛି ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିଳ୍ପ କରିଡର୍ କାର୍ଯ୍ୟକ୍ରମରେ ଦେଶରେ ୧୧ଟି ଶିଳ୍ପ କରିଡର ବିକଶିତ କରାଯାଉଛି । ସେଥିରେ ଓଡ଼ିଶାର ଅର୍ଥନୈତିକ କରିଡର ମଧ୍ୟ ସାମିଲ ହୋଇଛି । ଯାହା ଦେଶର ଓଡ଼ିଶାର ଗୁରୁତ୍ବକୁ ବଢାଇଛି। ମୋଦି ସରକାରରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଦିଆଯାଉଛି ଗୁରୁତ୍ବ। 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା